ସମାବେଶ

ସ୍ୱାଧୀନତା ପରର ବା ୧୯୫୦ ପରର ପତ୍ରିକା ଭିତରେ ସମାବେଶ ଗୋଟିଏ ମୁଖ୍ୟ ପତ୍ରିକା। କଲିକତାରୁ ପ୍ରକାଶିତ ପତ୍ରିକା ଭାବରେ ଆସନ୍ତାକାଲି (୧୯୫୦) ପରେ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଜଗଦୀଶ ପାଣି ଏହାର ସମ୍ପାଦକ ଥିଲେ ଓ ଏହା ୧୯୫୫ ମସିହାରେ ପ୍ରଥମେ ପ୍ରକାଶ ପାଇଥିଲା। ୧୯୫୫ ମସିହାରୁ ୧୯୬୩ ମସିହା ଯାଏଁ ଏହା ଏକ ନିୟମିତ ମାସିକ ପତ୍ରିକା ଭାବରେ ପ୍ରକାଶିତ ହେଉଥିଲା। ସେସମୟରେ ଯେଉଁମାନେ ଏଥିରେ ଲେଖୁଥିଲେ ସାହିତ୍ୟ କ୍ଷେତ୍ରରେ ସେମାନେ ପ୍ରାୟ ନୂଆ ଥିଲେ। ସମୟକ୍ରମେ ସେମାନଙ୍କ ଭିତରୁ ଅନେକ ପ୍ରତିଷ୍ଠିତ ଲେଖକ ହୋଇପାରିଥିଲେ। ସେମାନଙ୍କ ଭିତରେ ଅଛନ୍ତି ରମାକାନ୍ତ ରଥ, ବିଭୂତି ପଟ୍ଟନାୟକ ଆଦି।

୧୯୫୦ ଦଶକରେ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଶୁକଦେବ ସାହୁ, କଣ୍ଡୁରି ଚରଣ ଦାସ, ହୃଦାନନ୍ଦ ମଲ୍ଲିକ ଆଉ ଜଗଦୀଶ ପାଣିଙ୍କ ଭଳି କିଛି ଯୁବକ ଜୀବିକା ସନ୍ଧାନରେ କଲିକତା ଚାଲିଯାଇଥିଲେ। ସେଠାରେ ଆକୁଳି ମିଶ୍ର କିଛି ଭାଷାପ୍ରେମୀ ଯୁବକଙ୍କୁ ଏକାଠି କରି ପ୍ରବାସୀ ଓଡ଼ିଆଙ୍କୁ ସଙ୍ଗଠିତ କରିବା ପାଇଁ ଚେଷ୍ଟା କରୁଥିଲେ। ସେମାନେ ମିଶି କଲିକତାରେ ଓଡ଼ିଆ ସାହିତ୍ୟର ବିକାଶ ପାଇଁ ଚେଷ୍ଟା କଲେ। ପ୍ରଥମେ କଣ୍ଡୁରି ଚରଣ ଦାସ, ହୃଦାନନ୍ଦ ମଲ୍ଲିକ, ଯଦୁନାଥ ଦାଶମହାପାତ୍ର ଏବଂ ରାମଚନ୍ଦ୍ର ହରିଚନ୍ଦନ ମିଶି ଆସନ୍ତାକାଲିର ପ୍ରକାଶନ ଆରମ୍ଭ କଲେ ଓ ଏହା ବହୁତ ଲୋକପ୍ରିୟ ହୋଇପାରିଥିଲା। ପରେ ଜଗଦୀଶ ପାଣିଙ୍କ ସମ୍ପାଦନାରେ ସମାବେଶ ପ୍ରକାଶିତ ହେଲା।

ସମାବେଶ ୧୯୫୫ ମସିହାରୁ ୧୯୬୩ ମସିହା ଯାଏଁ ନିୟମିତ ପ୍ରକାଶ ପାଉଥିଲା। ଏହା ପରେ ଅନିୟମିତ ଭାବରେ ପ୍ରକାଶିତ ହେଲା। ସମାବେଶରେ ଅନେକ ନୂତନ ଏବଂ ପ୍ରତିଷ୍ଠିତ ଲେଖକଙ୍କ ଲେଖା ପ୍ରକାଶିତ ହେଉଥିଲା। ଏଥିରେ ପ୍ରବନ୍ଧ, ଗଳ୍ପ, ଉପନ୍ୟାସ, କବିତା, ସମୀକ୍ଷା, ଆଲୋଚନା ଆଦି ସାହିତ୍ୟର ସବୁ ବିଭାଗର ଲେଖା ରହୁଥିଲା।

ଜଗଦୀଶ ପାଣି ସମାବେଶର ସମ୍ପାଦକ ଦାୟିତ୍ୱକୁ ନୂଆ ଢାଞ୍ଚାରେ ତୁଲାଇବାକୁ ଚେଷ୍ଟା କରିଛନ୍ତି। କବିତା ବିଭାଗର ସମ୍ପାଦନା ରାଜେନ୍ଦ୍ର କିଶୋର ପଣ୍ଡା, ଗଳ୍ପ ବିଭାଗର ଦାୟିତ୍ୱ ମହାପାତ୍ର ନୀଳମଣି ସାହୁ ଓ ପ୍ରବନ୍ଧ ବିଭାଗର ସମ୍ପାଦନା ଚିନ୍ତାମଣି ବେହେରାଙ୍କୁ ଦେଇଛନ୍ତି। ତାଙ୍କ ମତରେ ଏମାନେ ସମସ୍ତେ ଏ କ୍ଷେତ୍ରରେ ପ୍ରବୀଣ। ସେମାନଙ୍କର ଅନୁଭୂତି ଏ ଦିଗରେ ଫଳପ୍ରଦ ଦେବ ନିଶ୍ଚୟ।

ଏହି ପତ୍ରିକା ପ୍ରକାଶନ ପଛରେ କୌଣସି ଧନୀ ଶିଳ୍ପପତି ବା ରାଜନୈତିକ ବ୍ୟକ୍ତି ନ ଥିଲେ। ଆରମ୍ଭରୁ ହିଁ ସମାବେଶର ଆଦର୍ଶ ରହିଛି ଯେ ଏହାକୁ ନେଇ ସେ ବ୍ୟବସାୟ କରିବନାହିଁ। ଏହା କେବଳ ସାହିତ୍ୟ କରିବା ପାଇଁ ଉଦ୍ଦିଷ୍ଟ। ସେଥିପାଇଁ ପତ୍ରିକାକୁ ପ୍ରବଳ କ୍ଷତି ସହିବାକୁ ପଡୁଥିଲା। ଏହା ହିଁ ସମାବେଶ ଅନିୟମିତ ହେବାର ମୁଖ୍ୟ କାରଣ। ୧୯୭୭ ମସିହାରେ ଏହା ମାସିକରୁ ତ୍ରୈମାସିକ ହୋଇଥିଲା। ଏହା ସହିତ ସମାବେଶ ପ୍ରକାଶନୀ ନାମକ ଏକ ପୁସ୍ତକ ପ୍ରକାଶନ ସଂସ୍ଥା ଆରମ୍ଭ କରାଯାଇଥିଲା। ଏହାର ପ୍ରଥମ ପ୍ରକାଶନ ଭାବରେ ହରେକୃଷ୍ଣ ମହତାବଙ୍କର ଉପନ୍ୟାସ ‘ତୃତୀୟ ପର୍ବ’ ପ୍ରକାଶିତ ହୋଇଥିଲା। ସମାବେଶରେ ପ୍ରକାଶିତ ଗଳ୍ପ ଓ କବିତାକୁ ନେଇ ‘ଗଳ୍ପ ସମାବେଶ’ ଓ ‘କବିତା ସମାବେଶ’ ନାମକ ଦୁଇଟି ପୁସ୍ତକ ପ୍ରକାଶ ପାଇଥିଲା। ‘ତୃତୀୟ ପର୍ବ’ର ଶେଷ ଭାଗ ଭାବରେ ଜରୁରୀକାଳୀନ ପରିସ୍ଥିତି ସମୟରେ ହରେକୃଷ୍ଣ ମହତାବଙ୍କ ଜେଲ ରହଣୀର ଅନୁଭୂତି ପ୍ରକାଶ ପାଇଥିଲା। ସେଇ ସମୟରେ ଲେଖା ଯାଇଥିଲା ଗଳ୍ପଗୁଡ଼ିକୁ ହୃଷୀକେଶ ମଲ୍ଲିକ ଏବଂ ଶତ୍ରୁଘ୍ନ ପାଣ୍ଡବ ସମ୍ପାଦନା କରି ‘ଅନ୍ଧଯୁଗର କାହାଣୀ’ ନାମରେ ପୁସ୍ତକ ଆକାରରେ ପ୍ରକାଶ କରିଥିଲେ।

୧୯୭୫ ମସିହାରୁ ବିଶିଷ୍ଟ ଗାଳ୍ପିକ ଅଖିଳ ମୋହନ ପଟ୍ଟନାୟକ ସମାବେଶର ମୁଖ୍ୟ ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ। ୧୯୮୨ ମସିହାରେ ଅଖିଳ ପଟ୍ଟନାୟକଙ୍କର ଅକାଳ ବିୟୋଗ ଘଟିଥିଲା। ଏହାପରେ ଝଙ୍କାରର ପୂର୍ବତନ ପରିଚାଳନା ସମ୍ପାଦକ ଶଶିଭୂଷଣ ମିଶ୍ର ଓ ତାଙ୍କ ପରେ କବି ହରିହର ମିଶ୍ର ଏହାର ସମ୍ପାଦନା ଦାୟିତ୍ୱ ନେଇଥିଲେ। କିନ୍ତୁ ମୂଳରୁ ଏହା ବ୍ୟବସାୟିକ ଭାବରେ ପରିଚାଳିତ ହୋଇ ନ ଥିବାରୁ ଏହାକୁ ଚଳାଇ ରଖିବା ପାଇଁ କେହି ଆଗେଇ ଆସିଲେନାହିଁ। ୧୯୯୪ ମସିହା ସେପ୍ଟେମ୍ବର ୨ ତାରିଖରେ ଜଗଦୀଶ ପାଣିଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ମାତ୍ର ଦୁଇ ତିନିଟି ସଂଖ୍ୟା ପରେ ପତ୍ରିକାଟି ବନ୍ଦ ହୋଇଗଲା।

 

 

 

 

 

 

 

 

 

 

 

 

 

 

 

 

 

 

ସମାବେଶ ସୂଚୀ

ତଳ ସାରଣୀରେ ସମାବେଶ ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ/ଚିତ୍ର ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ଚିତ୍ର/ଲିଙ୍କ ନ ଥିବା ସଂଖ୍ୟାଗୁଡ଼ିକ ମିଳିନାହିଁ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ଫାଇଲ୍‌ଗୁଡ଼ିକୁ ଛୋଟ ଛୋଟ ଭାଗ କରି ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ପତ୍ରିକା ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ସଂଖ୍ୟା ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

ପତ୍ରିକାର ସବୁ ସଂଖ୍ୟା ମିଳି ନ ଥିବାରୁ ତା’ର ସୂଚୀ ପ୍ରସ୍ତୁତ କରାଯାଇ ନାହିଁ। ପରେ ସଂଖ୍ୟାଗୁଡ଼ିକ ମିଳିଲେ ପର ସମୟରେ ଏଥିରେ ଯୋଡ଼ି ଦିଆଯାଇ ପାରିବ।

ସମାବେଶର ସଂଖ୍ୟା ପାଇବା ଆମ ପାଇଁ ବହୁତ କଷ୍ଟକର ହୋଇଛି। ଏଠାରେ ରହିଥିବା ସଂଖ୍ୟାଗୁଡ଼ିକ ଯୋଗାଇବାରେ ମୁଖ୍ୟ ଭୂମିକା ନେଇଛନ୍ତି: ଶ୍ରୀମତୀ ପ୍ରିୟମ୍ବଦା ପାତ୍ର (ଅଧ୍ୟାପକ ଶିବରାମ ପାତ୍ରଙ୍କ ସଂଗ୍ରହ), ଅଧ୍ୟାପକ ନିତ୍ୟାନନ୍ଦ ଶତପଥୀ, ଡ. ଶ୍ରୀଚରଣ ମହାନ୍ତି ଏବଂ କେଦାରନାଥ ଗବେଷଣା ପ୍ରତିଷ୍ଠାନ ପାଠାଗାର।

ନମୁନା ଖଣ୍ଡ ୧
Sample 1
ନମୁନା ଖଣ୍ଡ ୨
Sample 2
ନମୁନା ଖଣ୍ଡ ୩
Sample 3
ନମୁନା ଖଣ୍ଡ ୪
Sample 4

 

ବର୍ଷ  Year ମାସ / Month ମାସ / Month ମାସ / Month ମାସ / Month
୧୯୬୧
1961
—
ଜାନୁଆରି-ମାର୍ଚ୍ଚ
January-March
—
ଏପ୍ରିଲ-ଜୁନ
April-June
ଜୁଲାଇ-ଅକ୍ଟୋବର
July-October

ନଭେମ୍ବର-ଡିସେମ୍ବର
November-December
୧୯୬୩
1963
—
ଜାନୁଆରି-ମାର୍ଚ୍ଚ
January-March
—
ଏପ୍ରିଲ-ଜୁନ
April-June
ଜୁଲାଇ-ସେପ୍ଟେମ୍ବର
July-September
—
ଅକ୍ଟୋବର-ଡିସେମ୍ବର
October-December
୧୯୬୪
1964
—
ଜାନୁଆରି-ମାର୍ଚ୍ଚ
January-March
ଏପ୍ରିଲ-ଜୁନ
April-June
ଜୁଲାଇ-ସେପ୍ଟେମ୍ବର
July-September
ଅକ୍ଟୋବର-ଡିସେମ୍ବର
October-December
୧୯୭୧
1971
—
ଜାନୁଆରି-ମାର୍ଚ୍ଚ
January-March
ଏପ୍ରିଲ-ଜୁନ
April-June
ଜୁଲାଇ-ସେପ୍ଟେମ୍ବର
July-September
ଅକ୍ଟୋବର-ଡିସେମ୍ବର
October-December
୧୯୭୨
1972
ଜାନୁଆରି-ଏପ୍ରିଲ
January-April
—
ମେ-ଜୁନ
May-June
ଜୁଲାଇ-ସେପ୍ଟେମ୍ବର
July-September
ଅକ୍ଟୋବର-ଡିସେମ୍ବର
October-December
୧୯୭୩
1973
—
ଜାନୁଆରି-ମାର୍ଚ୍ଚ
January-March
—
ଏପ୍ରିଲ-ଜୁନ
April-June
—
ଜୁଲାଇ-ସେପ୍ଟେମ୍ବର
July-September
ଅକ୍ଟୋବର-ଡିସେମ୍ବର
October-December
୧୯୭୪
1974
—
ଜାନୁଆରି-ମାର୍ଚ୍ଚ
January-March
—
ଏପ୍ରିଲ-ଜୁନ
April-June
—

ଜୁଲାଇ-ସେପ୍ଟେମ୍ବର
July-September

ଅକ୍ଟୋବର-ଡିସେମ୍ବର
October-December
୧୯୭୫
1975
ଜାନୁଆରି-ମାର୍ଚ୍ଚ
January-March
—
ଏପ୍ରିଲ-ଜୁନ
April-June
—

ଜୁଲାଇ-ସେପ୍ଟେମ୍ବର
July-September

—
ଅକ୍ଟୋବର-ଡିସେମ୍ବର
October-December
୧୯୭୬
1976
—
ଜାନୁଆରି-ମାର୍ଚ୍ଚ
January-March
—
ଏପ୍ରିଲ-ଜୁନ
April-June
ଜୁଲାଇ-ସେପ୍ଟେମ୍ବର
July-September
—

ଅକ୍ଟୋବର-ଡିସେମ୍ବର
October-December

୧୯୭୭
1977
ଜାନୁଆରି-ମାର୍ଚ୍ଚ
January-March
ଏପ୍ରିଲ-ଜୁନ
April-June
ଜୁଲାଇ-ସେପ୍ଟେମ୍ବର
July-September
—

ଅକ୍ଟୋବର-ଡିସେମ୍ବର
October-December

୧୯୭୮
1978
—
ଜାନୁଆରି-ମାର୍ଚ୍ଚ
January-March
—
ଏପ୍ରିଲ-ଜୁନ
April-June
—

ଜୁଲାଇ-ସେପ୍ଟେମ୍ବର
July-September

ଅକ୍ଟୋବର-ଡିସେମ୍ବର
October-December
୧୯୭୯
1979
ଜାନୁଆରି-ମାର୍ଚ୍ଚ
January-March
ଏପ୍ରିଲ-ଜୁନ
April-May-June
ଜୁଲାଇ-ସେପ୍ଟେମ୍ବର
July-September
ଅକ୍ଟୋବର-ଡିସେମ୍ବର
October-December
୧୯୮୦
1980
ଜାନୁଆରି-ଏପ୍ରିଲ
January-April
ମେ-ଜୁଲାଇ
May-July
ଅଗଷ୍ଟ-ଅକ୍ଟୋବର
August-October
ନଭେମ୍ବର-ଡିସେମ୍ବର
November-December
୧୯୮୧
1981
ଜାନୁଆରି-ଏପ୍ରିଲ
January-April

ମେ-ଜୁଲାଇ
May-July

ଅଗଷ୍ଟ-ଅକ୍ଟୋବର
August-October
ନଭେମ୍ବର-ଡିସେମ୍ବର
November-December
୧୯୮୨
1982
ଜାନୁଆରି-ମାର୍ଚ୍ଚ
January-March
—

ଏପ୍ରିଲ-ଜୁନ
April-June

ଜୁଲାଇ-ଅକ୍ଟୋବର
July-October
ନଭେମ୍ବର-ଡିସେମ୍ବର
November-December
୧୯୮୩
1983
ଜାନୁଆରି-ମାର୍ଚ୍ଚ
January-March
ଏପ୍ରିଲ-ଜୁନ
April-June
ଜୁଲାଇ-ଅକ୍ଟୋବର
July-October
—

ନଭେମ୍ବର-ଡିସେମ୍ବର
November-December

୧୯୮୪
1984
ଜାନୁଆରି-ଏପ୍ରିଲ
January-April
—

ମେ-ଜୁନ
May-June

ଜୁଲାଇ-ଅକ୍ଟୋବର
July-October
ନଭେମ୍ବର-ଡିସେମ୍ବର
November-December
୧୯୮୫
1985
ଜାନୁଆରି-ଏପ୍ରିଲ
January-April
ମେ-ଅଗଷ୍ଟ
May-August
ସେପ୍ଟେମ୍ବର-ଅକ୍ଟୋବର September-October ନଭେମ୍ବର-ଡିସେମ୍ବର
November-December
୧୯୮୬
1986
ଜାନୁଆରି-ଏପ୍ରିଲ
January-April
ମେ-ଅଗଷ୍ଟ
May-August
ସେପ୍ଟେମ୍ବର-ଅକ୍ଟୋବର
September-October
—

ନଭେମ୍ବର-ଡିସେମ୍ବର
November-December

୧୯୮୭
1987
ଜାନୁଆରି-ମାର୍ଚ୍ଚ
January-March
ଏପ୍ରିଲ-ଜୁନ
April-June
—

ଜୁଲାଇ-ସେପ୍ଟେମ୍ବର
July-September

ଅକ୍ଟୋବର-ଡିସେମ୍ବର
October-December
୧୯୮୮
1988
ଜାନୁଆରି-ଏପ୍ରିଲ
January-April
ମେ-ଅଗଷ୍ଟ
May-August
ସେପ୍ଟେମ୍ବର-ଡିସେମ୍ବର
September-December
୧୯୮୯
1989
—
ଜାନୁଆରି-ଏପ୍ରିଲ
January-April
—
ମେ-ଅଗଷ୍ଟ
May-August
ସେପ୍ଟେମ୍ବର-ଅକ୍ଟୋବର
September-October
—

ନଭେମ୍ବର-ଡିସେମ୍ବର
November-December

୧୯୯୦
1990
ଜାନୁଆରି-ଏପ୍ରିଲ
January-April
—
ମେ-ଅଗଷ୍ଟ
May-August
ସେପ୍ଟେମ୍ବର-ନଭେମ୍ବର-
September-November
—
ଡିସେମ୍ବର
December
୧୯୯୧
1991
ଜାନୁଆରି-ମାର୍ଚ୍ଚ
January-March
—
ଏପ୍ରିଲ-ଜୁଲାଇ
April-July
ଅଗଷ୍ଟ-ଅକ୍ଟୋବର
August-October
—

ନଭେମ୍ବର-ଡିସେମ୍ବର
November, -December

୧୯୯୨
1992
ଜାନୁଆରି-ମାର୍ଚ୍ଚ
January-March
—
ଏପ୍ରିଲ-ଜୁନ
April-June
ଜୁଲାଇ-ସେପ୍ଟେମ୍ବର
July-September
ଅକ୍ଟୋବର-ଡିସେମ୍ବର
October-December
୧୯୯୩
1993
ଜାନୁଆରି-ମାର୍ଚ୍ଚ
January-March
ଏପ୍ରିଲ-ଜୁନ
April-June
ଜୁଲାଇ-ସେପ୍ଟେମ୍ବର
July-September
ଅକ୍ଟୋବର-ଡିସେମ୍ବର
October-December
୧୯୯୪
1994
ଜାନୁଆରି-ମାର୍ଚ୍ଚ
January-March
ଏପ୍ରିଲ-ଜୁନ
April-June
ଜୁଲାଇ-ସେପ୍ଟେମ୍ବର
July-September
ଅକ୍ଟୋବର-ଡିସେମ୍ବର
October-December
୧୯୯୫
1995
ଜାନୁଆରି-ମାର୍ଚ୍ଚ
January-March
ଏପ୍ରିଲ-ଜୁନ
April-June
—

ଜୁଲାଇ-ସେପ୍ଟେମ୍ବର
July-September

ଅକ୍ଟୋବର-ଡିସେମ୍ବର
October-December
୧୯୯୬
1996
ଜାନୁଆରି-ମାର୍ଚ୍ଚ
January-March
—
ଏପ୍ରିଲ-ଜୁନ
April-June
—

ଜୁଲାଇ-ସେପ୍ଟେମ୍ବର
July-September

ଅକ୍ଟୋବର-ଡିସେମ୍ବର
October-December
୧୯୯୭
1997
ଜାନୁଆରି-ମାର୍ଚ୍ଚ
January-March
—
ଏପ୍ରିଲ-ଜୁନ
April-June
—

ଜୁଲାଇ-ସେପ୍ଟେମ୍ବର
July-September

ଅକ୍ଟୋବର-ଡିସେମ୍ବର
October-December
୧୯୯୮
1998
—
ଜାନୁଆରି-ମାର୍ଚ୍ଚ
January-March
—
ଏପ୍ରିଲ-ଜୁନ
April-June
—

ଜୁଲାଇ-ସେପ୍ଟେମ୍ବର
July-September

ଅକ୍ଟୋବର-ଡିସେମ୍ବର
October-December
ଅଜଣା ସଂଖ୍ୟା – Unidentified issues
୧୯୮୨ ୪(୨୪)
1982 4(24)
ଅଜଣା ସଂଖ୍ୟା ୧
Unidentified 1
ଅଜଣା ସଂଖ୍ୟା ୨
Unidentified 2
ଅଜଣା ସଂଖ୍ୟା ୩
Unidentified 3